ଶୁକ୍ରବାର ଶ୍ରୀମନ୍ଦିରରେ ଦୀପାବଳୀ ପାଳନ ହେବ । ଏଥିସହିତ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ୁଆଙ୍କୁ ଡ଼ାକିବେ । ଚଳିତବର୍ଷ ଦୀପାବଳୀ ଅମାବାସ୍ୟା ପଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ନ୍ଦ୍ବନ୍ଦ ଉପୁଜୁଥିବା ପରିଲକ୍ଷିତ ହୋଇଛି । ଓଡ଼ିଶାରୁ ପ୍ରକାଶ ପାଉଥିବା ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ । ଏହାଦ୍ବାରା ପର୍ବପର୍ବାଣୀ ଟ ଯାନିଯାତ୍ରାକୁ ନେଇ ଲୋକେ ନ୍ଦ୍ବନ୍ଦ୍ବରେ ରହୁଛନ୍ତି । କିଛି ଲୋକ ଗୁରୁବାର ଗତକାଲି ଦୀପାବଳୀ ପାଳିଥିବା ବେଳେ କେହି କେହି କେହି ଆଜୀ ଦୀପାବଳି ପାଳନ କରିବା ସହ ପୟାଶ୍ରାଦ୍ଧ ପକାଇବେ ।
ପୁରୀ ବଡ଼ଦାଣ୍ଡରେ ମଧ୍ୟ କିଛି ଶ୍ରଦ୍ଧଳୁ ଗତକାଲି କାଉଁରିଆ ଜାଲିଥିଲେ । ତେବେ ତେବେ ଜ୍ୟୋତିର୍ବିଦ୍ ଓ ଗବେଷକଙ୍କ ମତରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ପରେ ଅମାବାସ୍ୟା ପ୍ରବେଶ କରୁଥିବାର ବଡ଼ବଡୁଆ ନ ଡାକିବାକୁ ପରାମର୍ଶ ଦେଇଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଜ୍ୟୋତିର୍ବିଦମାନେ ପାଞ୍ଜି ଅନୁଯାୟୀ ଅକ୍ଟୋବର ୩୧ତାରିଖ ରାତିରେ କାଳୀପୂଜା ଓ ନଭେମ୍ବର ୧ରେ ପୟାଶ୍ରାଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ।। ପାଞ୍ଜି ଗଣନାଙ୍କ ମତ ଅନୁସାରେ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ତେଣୁ ୧ତାରିଖରେ ଶ୍ରାଦ୍ଧ କରିବାକୁ ଗବେଷକ ଓ ଜ୍ୟୋତିର୍ବିଦ ପରାମର୍ଶ ଦେଇଛନ୍ତି। ତେବେ ଏପରି ସମସ୍ୟା କିଛିବର୍ଷ ହେବ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜୀ ସମୀକ୍ଷା ବୈଠକ ବସିଥାଏ। ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ୱନ୍ଦ୍ୱ ରହୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି। ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡା ନିଯୋଗ ପକ୍ଷରୁ ଦାବି କରାଯାଇଛି।