ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୁମି ଅଯୋଧ୍ୟା । ଏଥର ଅଯୋଧ୍ୟର ଦୀପାବଳୀ ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି । କାରଣ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏହା ହେଉଛି ପ୍ରଥମ ଦୀପାବଳି । ଏଥିପାଇଁ ଆଲୋକ ଓ ଦୀପରେ ନବବଧୁଟିଏ ପରି ସଜେଇ ହେବାକୁ ପ୍ରସ୍ତୁତ ହେଉଛି ଶ୍ରୀରାମଙ୍କ ଜନ୍ମଭୂମି । ସହରରେ ଥିବା ସାରାୟୁ ନନୀର ଘାଟରେ 2.5 ମିଲିୟନରୁ ଅଧିକ ଦୀପ ଜଳାଯିବାର ଯୋଜନା ରହିଛି ।
ଦୀର୍ଘ 500 ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଭଗବାନ ରାମ ଅଯୋଧାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦୀପାବଳି ପାଳନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତ ଯୁବକମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ଦୀପାବଳିର ବିଶେଷତ୍ବ ରହିଛି । ୫୦୦ ବର୍ଷ ପରେ ଭଗବାନ ରାମ ଅଯୋଧ୍ୟାରେ ତାଙ୍କ ଭବ୍ୟ ମନ୍ଦିରରେ ବସିଛନ୍ତି ଏବଂ ତାଙ୍କ ସହ ଏହି ଭବ୍ୟ ମନ୍ଦିରରେ ପ୍ରଥମ ଦୀପାବଳି ପାଳନ କରାଯିବ।