ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦରl ଡାକ୍ତର ନୁର ଆଲାମ ନାମକ ଜଣେ ଘରୋଇ ଡାକ୍ତର ଜଣେ ମହିଳା ରୋଗୀଙ୍କୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିବା ପରେ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍ ମେଲ୍ କରି ଏବେ ଜେଲ ଯାଇଛନ୍ତି। ପୋଲିସ କହିବା ଅନୁସାରେ ଅଶ୍ଲିଳ ଭିଡିଓ ଭାଇରାଲ ହେବାର ଧମକ ଦେବା ପରେ ତାଙ୍କୁ ଅନେକ ଥର ବଳାତ୍କାର କରିଥିଲେ ଡାକ୍ତର ନୁର ଆଲାମ। ଏଥିସହ ସେ 4 ଲକ୍ଷ ଟଙ୍କା ନେଇଯାଇଛନ୍ତି । ପୋଲିସ ନୁର ଆଲାମଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।
କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୁଣି ଏହି ଘଟଣା ଚର୍ଚାର ବିଷୟ ହୋଇଛି ।
ଏଭଳି ଲଜ୍ୟାଜନକ ଘଟଣାକୁ ନେଇ ପୁଣି ଲୋକେ ରାସ୍ତାକୁ ଓହ୍ଳାଇଛନ୍ତି । ଘଟଣା ଅନୁସାରେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଟ୍ରାଙ୍କୁଲାଇଜିଂ ସିରମ୍ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିଲେ । ଅସଂଯତ ଅବସ୍ଥାରେ ମହିଳାଙ୍କ ଭିଡିଓ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ ଡାକ୍ତର।
ପୋଲିସ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଚିକିତ୍ସା ପାଇଁ ମହିଳା ଜଣକ ସଂପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍ ଇଞ୍ଜେକ୍ସନ ଦେଇ ଅଚେତ କରାଇବା ପରେ ଦୁଷ୍କର୍ମ କରିଥିଲେ।
ଅଂସଯତ ଅବସ୍ଥାରେ ଅଚେତ ମହିଳାଙ୍କର ଅନେକ ଫଟୋ ମଧ୍ୟ ଉଠାଇଥିଲେ ଡାକ୍ତର। ପରେ ସେହି ଫଟୋ ଗୁଡ଼ିକୁ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଫଟୋଗୁଡ଼ିକୁ ସୋଶାଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିବା ସହ ତାଙ୍କଠାରୁ ପ୍ରାୟ ୪ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ।
ଲୋକଲଜ୍ୟା ଡରରେ ମହିଳା ଜଣକ ଏକଥା କାହାକୁ କହିପାରୁନଥିଲେ। ସ୍ୱାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁକଥା ତାଙ୍କୁ ଜଣାଇଥିଲେ। ଏହାପରେ ସ୍ୱାମୀଙ୍କ ସହ ଆସି ସେ ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତା ଓ ସ୍ୱାମୀଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛି। ଜିଲ୍ଲା ଅଦାଲତରେ ହାଜର କରାଇବାପରେ ପୁଲିସ ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେଇଛି। ଅଦାଲତରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।