ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ଏହାଦ୍ବାରା କାଠ ବଦଳରେ ଗୋବରରରେ ତିଆରି କାଠରେ ଶବ ଦାହ ହେବ । ସରକାର ଏନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ବର୍ଗଦ୍ବାରକୁ ଏହି ପଦକ୍ଷେପ ନେବେ ସରକାର । ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସ୍ବର୍ଗଦ୍ବାରରେ ଏଣିକି ଗଛ କାଠ ବଦଳରେ ଗୋବର କାଠ ବା ଘସିରେ ହେବ ଶବ ଦାହ ` ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ । ଏହାଦ୍ବାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବା ସରକାର ଏ ନେଇ ପଦେକ୍ଷପ ନେବା ଆରମ୍ଭ କରିଛନ୍ତି । ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ବର୍ଗଦ୍ବାରରୁ ଏହି ପଦକ୍ଷେପ ନେବେ ସରକାର । ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ସେ ଆହୁରି କହିଛନ୍ତି, ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ | ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି | ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି | ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ କମିଟି ଗଠିତ ହେବ| ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ | ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ | ଗୋମାତା ସୁରକ୍ଷା,ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର କାମଧେନୁ ଯୋଜନା ଆରମ୍ଭ କରିଛନ୍ତି।