ଗୁଜୁରାଟରେ ବରୋଦାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ଼୍ରୋ ସାଞ୍ଜେଜଙ୍କ ରୋଡ଼ ସୋ । ଦୁଇ ରାଷ୍ଟ୍ରନେତାଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ବଦୋଦରା ସହର । ରାସ୍ତାର ଦୁଇପଟେ ଦୁଇ ରାଷ୍ଟ୍ରନେତାଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି । ମୋଦୀଙ୍କ ଗସ୍ତକୁ ଆଖିରେ ରଖି ବଦୋଦରାରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଗସ୍ତ ଅବସରରେ ଦେଶର ପ୍ରଥମ ମିଲିଟାରି ଏୟାରକ୍ରାଫ୍ଟ କାରଖାନା , ଟାଟା ଏୟାରକ୍ରାଫ୍ଟ କଂପ୍ଳେକ୍ସର ଉଦଘାଟନ କରିଛନ୍ତି ମୋଦୀ । ଏଥିରେ ସ୍ପେନ ଓ ଭାରତ ମିଳିତ ଭାବେ ମିଲିଟାରି ଏୟାରକ୍ରାଫ୍ଟ ସି- ୨୯୫ର ନିର୍ମାଣ କରିବେ ।
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ । ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ। ଏହି ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ସ୍ପେନର ଏୟାରବସ୍ ସହଯୋଗରେ ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ । ଚଳିତ ବର୍ଷରୁ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ ଯୁଦ୍ଧ ବିମାନ ନିର୍ମାଣ କାର୍ଯ୍ୟ ୨୦୨୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାପରେ ୨୦୩୧ମଧ୍ୟରେ ୪୦ଟି ସି-୨୯୫ ଯୁଦ୍ଧ ବିମାନ ନିର୍ମାଣ କରାଯିବ । ତେବେ ଏହି ଯୁଦ୍ଧ ବିମାନ ନିର୍ମାଣ କରିବାର ଉଦ୍ଦେଶ୍ୟ କଣ, କଣ ରହିଛି ଏହାର ବିଶେଷତା ଦେଖିବା ।