ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଦ୍ବାରା ତୈଳ ଭିତ୍ତିଭୂମିରେ କୌଣସି କ୍ଷତି ହୋଇନାହିଁ । ତେଣୁ ଖୁବଶୀଘ୍ର ଅଶୋଧିତ ତୈଳ ଶସ୍ତା ହେବା ଆଶା କରାଯାଉଛି । ବ୍ରେଣ୍ଟ କ୍ରୁଡ଼ ଓ ୟୁଏସ ଓ୍ବେଷ୍ଟ ଟେକ୍ସାସ ଇଣ୍ଟରମେଡ଼ିଏଡ଼ କ୍ରୁଡ଼ର ଦାମ କମ ହେବାର ସମ୍ଭାବନା ରହିଛି । ବ୍ରେଣ୍ଟ କ୍ରୁଡ୍ର ବ୍ୟାରେଲ୍ ପିଛା ଦାମ୍ ୭୪-୭୫ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ଯେହେତୁ ଇସ୍ରାଏଲ୍ ଆକ୍ରମଣ ଦ୍ବାରା ଇରାନର କୌଣସି ବଡ଼ ଧରଣର ହୋଇନାହିଁ, ତେଣୁ ସୋମବାର ବଜାର ଆରମ୍ଭ ହେବା ବେଳକୁ ଅଶୋଧିତ ତୈଳ ଦର ଶସ୍ତା ହେବ ବୋଲି ଆଶା କରାଯାଉଛି।
ଓନିକ୍ସର ଗ୍ରୁପ୍ ମୁଖ୍ୟ ହାରି ଚିଲିଙ୍ଗୁରିଆନ୍ କହିଛନ୍ତି ଯେ ପୂର୍ବରୁ ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁନଥିଲା। କିନ୍ତୁ ଏବେ ବହୁତ କିଛି ସ୍ପଷ୍ଟ ହୋଇଗଲାଣି। ତେଣୁ ତୈଳ ବଜାରରେ ସ୍ଥିରତା ଫେରିବା ଆଶା କରାଯାଉଛି ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆର ତୈଳ ଆନାଲିଷ୍ଟ ଟୋନି ସାଇକାମୋର୍ କହିଛନ୍ତି ଯେ ସୋମବାର ବଜାର ଖୋଲିବା ବେଳକୁ ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଡ୍ର ଦାମ୍ ବ୍ୟାରେଲ ପିଛା ୭୦ ଡଲାର ପର୍ଯ୍ୟନ୍ତ ହ୍ରାସ ପାଇବା ଆଶା କରାଯାଉଛି।