ଦେଶରେ ଜନଗଣନାକୁ ନେଇ ଆସିଛି ବଡ଼ ଖବର । 2025 ରେ ଦେଶରେ ଆରମ୍ଭ ଜନଗଣା ଆରମ୍ଭ ହୋଇ 2026 ଯାଏଁ ଚାଲିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଖବର ମିଳିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । 2025 ଜନଗଣନା ଆରମ୍ଭ ହେଲେ ଜନଗଣନା ଚକ୍ର ମଧ୍ୟ ବଦଳିଯିବ । ଏଣିକି ପ୍ରତି 10 ବର୍ଷରେ ଥରେ ଅର୍ଥାତ 2035, 2045 ପରବର୍ତୀ ଜନଗଣନା ହେବ । ପୂର୍ବରୁ ପ୍ରତି 10 ବର୍ଷରେ ହେଉଥିବା ଜନଗଣନା 1991, 2001, 2011 ରେ ହୋଇଥିଲା । ଶେଷ ଥର ପାଇଁ 2011ରେ ଜନଗଣନା ହୋଇଥିଲା । ଚାଲିଆସୁଥିବା ଧାରା ଅନୁସାରେ 2011ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ହୋଇପାରିନଥିଲା ।
ବିରୋଧୀ ଦଳ ଦେଶରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରି ଆସୁଛନ୍ତି । ତେବେ ଜାତି ଭିତ୍ତିକ ଜନଗଣନା ନେଇ ସରକାର ଏବେ କୌଣସି ନିଷ୍ପତ୍ତି ନେଇଥିବା ସୂଚନା ମିଳିନାହିଁ । କିନ୍ତୁ ଜନଗଣନାରେ ଧର୍ମ ଓ ବର୍ଗ ପଚରା ଯାଇଥାଏ । ଏଥିସହ ସାଧାରଣ ବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଗଣନା ହୋଇଥାଏ । ଏଥିର କିନ୍ତୁ ଲୋକଙ୍କୁ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ପଚରାଯାଇପାରେ । ଉଦାହରଣ ଭାବେ କର୍ଣ୍ଣାଟକର ଲିଙ୍ଗାୟତ ସାଧାରଣ ବର୍ଗରେ ଆସୁଥିଲେ ମଧ୍ୟ ନିଜକୁ ସ୍ୱତନ୍ତ୍ର ସମ୍ପ୍ରଦାୟ ବୋଲି ଦାବି କରିଥାନ୍ତି । ସେହିପରି ଅନୁସୂଚିତ ଜାତିରେ ବାଲ୍ମିକୀ, ରବିଦାସ ଭଳି ଭିନ୍ନ ଭିନ୍ନ ସମ୍ପ୍ରଦାୟ ରହିଛି । ତେଣୁ ଆସନ୍ତାବର୍ଷ ହେବାକୁ ଥିବା ଜନଗଣନାରେ ଧର୍ମ, ବର୍ଗ ସମେତ ସମ୍ପ୍ରଦାୟ ଉପରେ ଲୋକଙ୍କୁ ପ୍ରଶ୍ନ ପଚରାଯାଇପାରେ ।