ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଏକ ଦଳ ଏକ ସେନା ଗାଡ଼ି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି । ତେବେ ଏହି ଗୁଳି ଚାଳନାରେ କାହାରି କ୍ଷୟକ୍ଷତି ହୋଇନାହିଁ । ଏବେ ଜମ୍ମୁ କଶ୍ମୀରର ଅଖନୋରଠାରେ ବ୍ୟାପକସର୍ଚ୍ଚ ଅପରେସନ ଚାଲିଛି । ସଂପୃକ୍ତ ଅଞ୍ଚଳରେ ସକାଳ ପ୍ରାୟ 7 ଟା ବେଳକୁ ତିନିଜଣ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ । ତେବେ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନଙ୍କ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ ।
ଜମ୍ମୁ-କଶ୍ମୀର ସୁରକ୍ଷା ବାହିନୀ ଦୀପାକଳୀ ପାଇଁ ବିସ୍ତୁତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି । ତାହା ସତ୍ତ୍ବେ ବି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି ।
ପ୍ରକାଶ ଥାଉକି ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତ ଅକ୍ଟୋବର ୨୪ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରି ଦୁଇ ଜଣ ସୈନିକଙ୍କ ଦସମେତ ସମୁଦାୟ ୪ ଜଣଙ୍କୁ ହତ୍ୟା କରିଥିଲେ।